ତୁମେ ଗଲାପରେ - ରୁପାଲୀ ଭୋଇ

                                 ତୁମେ ଗଲାପରେ

" ଆଉ ସେ ଫେରିବ ନାହିଁ" ,ଯେତେବେଳେ ପବନ କହୁଚି କାନେ

ଜାଣ, ସେଇ ମୁହୂର୍ତ୍ତଟି ମୁଁ

ଗୁଡ଼ କଳସୀ ଭିତରେ ଜନ୍ଦାଟିଏ ପରି ଲଖିଯାଏ

ତୁମେ ଆସିଲ ନାହିଁ ସିନା କେତେ କଥା ଥିଲା......

କିଛି କଥା ଏମିତି ବି ଥାଏ 

ଯାହା କେବେ କହିହୁଏନା.....

ଠିକ୍ ତୁମ ପରି ! 

ନଦୀକୁ ପଚାରୁଛି ତୁମ ଠିକଣା

ସମୟର ଢେଉ ପିଟିହେଉଛି ମୋ ଚାରିପଟେ,

ତୁମେ ଆସିଲ ନାହିଁ ସିନା କେତେ କଥା ଥିଲା......

ପ୍ରବଳ ଇଚ୍ଛା ,ଶୁଣେଇବାକୁ ତୁମକୁ

କେମିତି ରୁଣୁଝୁଣୁ କରୁଚି ମୋ' ଚୁଡ଼ି..

ଥରୁଟେ ଦେଖେଇବାକୁ ଚାହେଁ

ତୁମେ ନଥାଇ ବି କେମିତି

ମୋ' ଡୋଳା ଚିଲିକାରେ ଲମ୍ଫ ଦେଉଚ ।

ମନେ ପଡ଼ୁଥିଲା ସେଇଦିନ,ଖରାଛାଇ କଥା

ଯେତେବେଳେ ଚୂନ୍ ଚୂନ୍ ହେଇ

ଭାଙ୍ଗି ପଡୁଥିଲା ସବୁ ସରାଗ ।

ବୋଧହୁଏ ତୁମେ ଗଲାପରେ 

ତୁମକୁ ମୁଁ ଟିକେ ଅଧିକା ଚାହିଁଥିଲି।

ସେଇଥିପାଇଁ ତ,

ଆଜି ବି ମୁଁ ଫିଙ୍ଗିପାରେନା ତୁମ ଦେଇଥିବା ସେଇ 

କାନଫୁଲ ହଳକ,

ଆଜି ବି ମୁଁ କାନ୍ଦି ପାରେନା

ଯେହେତୁ ମୁଁ ଜଣେ 

ମୋ ହସ ତୁମ ପ୍ରେମର ଆରମ୍ଭ....


ଆଜି ବି ମୁଁ ସେଇ ଶେଷଧାଡ଼ିରେ ଅଟକି ଯାଏ;

ନୂଆ କଥା ନୁହେଁ,ପାଣିକୁଆ ଯେଉଁପରି।

ଜାଣ,

ମୋ ଆଖିର ଦୁଇଡୋଳା ତୁମ ଆଖିରେ 

ସେମିତି ନାଚୁଥିବ ସବୁ ସମୟରେ....

ତୁମେଗଲାପରେ ବି...

ଏଇ ଶେଷ ଚିଠି ମୋର ଅବ୍ୟକ୍ତ ପ୍ରେମର

ଫେରିବାକୁ ଇଚ୍ଛା ନାହିଁ ମୋର

ଫେରିବି ତ ତୁମ ସହ ଦେଖିଥିବା ସେଇ ସପନ ରାଇଜକୁ

ନହେଲେ ନାହିଁ.....

ଫେରିବି ତ ତୁମ ହୃଦୟର ବକ୍ଷଦେଶକୁ 

ନହେଲେ ନାହିଁ...

ତୁମେ ପାଖରେ ନାହଁ.....

ଅଥଚ ପାଖରେ ଅଛ

ଦୂରରେ ନାହଁ, 

ଅଥଚ ଦୂରତା ବଢ଼ିଯାଇଛି ଆମ ଭିତରେ !


ଜାଣ ତୁମେ ହିଁ କେବଳ କହିପାରିବ ଦୂରତାର ମାନେ କଣ ??


#ଦେଖାହେଲେକହିବିସେକଥା

          •••ସମାପ୍ତ•••

ନାମ:- ରୂପାଲୀ ଭୋଇ

 ସମ୍ପୂର୍ଣ୍ଣ ଠିକଣା :- ପରମହଂସ, ବିରିବାଟି, କଟକ 

Post a Comment

0 Comments